ଓଡ଼ିଆ ଲୋକସାହିତ୍ୟଧର୍ମୀ ଗବେଷଣାତ୍ମକ ପତ୍ରିକା

          ସଭ୍ୟତାର ବିକାଶ ସହିତ ମଣିଷର ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ସେ ନିଜର ଅସ୍ମିତା ପ୍ରତି ସଚେତନ ହୋଇପାରୁ ନାହିଁ । ତେଣୁ ଆମ ଜାତିର ପ୍ରାଚୀନତା , ଲୋକ ସାହିତ୍ୟ, ଲୋକ ସଂସ୍କୃତି  ସମ୍ପ୍ରତି ବିପନ୍ନ ଆଡକୁ ଗତି କରୁଛି । ଯଦି ନିରନ୍ତର ଭାବରେ ଆମେ ପ୍ରାଚ୍ୟ ସଂସ୍କୃତି ଓ ସାହିତ୍ୟକୁ ଭୁଲି ପାଶ୍ଚାତ୍ୟକୁ ଅନୁକରଣ କରୁ  , ତାହେଲେ ଆମ ପାଖରେ ଗୌରବର ଉପାଦାନ କିଛି ରହିବନି  । ଅନ୍ୟ ପକ୍ଷରେ   ଓଡ଼ିଆ ସାହିତ୍ୟ ଗବେଷଣା ଧାରାରେ ଯେତିକି ପରିମାଣରେ ଗଳ୍ପ, ଉପନ୍ୟାସ , ନାଟକ ,କବିତାକୁ ନେଇ ଅଧ୍ୟୟନ କରାଯାଉଛି , ସେହି ଅନୁପାତରେ ଲୋକ ସାହିତ୍ୟ ସମ୍ବନ୍ଧରେ ଗବେଷଣା ହେଉ ନଥିବାର ଲକ୍ଷ୍ୟ କରାଯାଉଛି । ପ୍ରାଚ୍ୟ ଲୋକ ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ତଥା ବୈଜ୍ଞାନିକ ଅଧ୍ୟୟନ ହିଁ  ଏହି ପତ୍ରିକାର ଲକ୍ଷ୍ୟ । 

           ଏ ପ୍ରକାର ଗବେଷଣା ଦ୍ଵାରା ଲୋକ କଥା , ଲୋକ ଗୀତ , ଲୋକ ନୃତ୍ୟ  , ଲୋକ କଳାକୁ ଆଗାମୀ ପିଢି ପାଇଁ  ସଂରକ୍ଷଣ କରାଯିବା ସହିତ ସମ୍ପୃକ୍ତ ଜାତିର ଆଦିମ ସଂସ୍କୃତି ସମ୍ପର୍କରେ ଅବବୋଧ ସୃଷ୍ଟି କରାଯାଇ ପାରିବ । 

                                                                         ସମ୍ପାଦକ

ଓଡ଼ିଆ ଲୋକସାହିତ୍ୟଧର୍ମୀ ଗବେଷଣାମୂଳକ ପତ୍ରିକା

ଆମର ସାମାଜିକ ମାଧ୍ୟମ

ଆପଣଙ୍କ ମତାମତ ଆମର କାମ୍ୟ

Scroll to Top